E-Shram Card Yojana : କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଗୁଡିଏ ଯୋଜନା ଆରମ୍ଭ କରାଯାଉଛି । ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ ହେବା ସହିତ ସମୟ କ୍ରମେ ସେଗୁଡିକରେ ସଂଶୋଧନ ମଧ୍ୟ ହୋଇଥାଏ । ଏହି ଯୋଜନାଗୁଡିକ ମଧ୍ୟରୁ ଅନେକ ସେହି ଭାରତୀୟଙ୍କ ପାଇଁ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କିମ୍ବା ଗରିବ ଶ୍ରେଣୀର। ଗରିବ ଶ୍ରମିକ ପରିବାରଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକ ମଧ୍ୟରୁ E-Shramik ଯୋଜନା ମଧ୍ୟ ଅନ୍ୟତମ । ଏହି ଯୋଜନା ଅଧୀନରେ E-Shram କାର୍ଡ ବାହାର କରିବା ନିହାତି ଆବଶ୍ୟକ। ଯାହା ଦ୍ବାରାକି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକେ ଅନେକ ଲାଭ ପାଇପାରିବେ । ତେବେ ଏହାକୁ ଘରେ ବସି ମଧ୍ୟ ବାହାର କରିପାରିବେ । ତେବେ ଏହାକୁ କିଭଳି ଘରେ ରହି ବାହାର କରିହେବ ତାହା ଜାଣନ୍ତି କି?
E-Shramik ଯୋଜନା କ’ଣ?
ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିଙ୍କ ପାଇଁ ସରକାର ଇ-ଶ୍ରମ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ ପ୍ରତି ମାସରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫୦୦ ରୁ ୧ ହଜାର ଟଙ୍କା ଆସେ । ଏହା ବ୍ୟତୀତ ଇ-ଶ୍ରମ କାର୍ଡର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ରୋଜଗାର ଯୋଗାଇବା । ଅନେକ ଶ୍ରମିକ ଇ-ଶ୍ରମ ପୋର୍ଟାଲ ମାଧ୍ୟମରେ ଲାଭ ପାଇପାରିବେ। ଅଣସଂଗଠିତ କ୍ଷେତ୍ରରେ ପ୍ରବାସୀ ଶ୍ରମିକ, ପ୍ଲାଟଫର୍ମ କର୍ମଚାରୀ, ନିର୍ମାଣ ଶ୍ରମିକ, ଘରୋଇ ଶ୍ରମିକ, ରାସ୍ତା କଡ ଦୋକାନୀ ଏବଂ କୃଷି ଶ୍ରମିକ ଏହି ଯୋଜନାରେ ଉପକୃତ ହୋଇପାରିବେ ।
ଇ-ଶ୍ରମ କାର୍ଡର ଲାଭ -
୧. ଶ୍ରମିକମାନେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ବୀମା ପାଇ ପାରିବେ।
୨. ଗର୍ଭବତୀ ମହିଳାଙ୍କ ପିଲାମାନଙ୍କର ଭରଣପୋଷଣ ସହାୟତା।
୩. ଦୁର୍ଘଟଣାରେ ଅକ୍ଷମ ହେଲେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା।
୪. ଭାରତର ସମସ୍ତ ଶ୍ରମ ଯୋଜନାର ପ୍ରତ୍ୟକ୍ଷ ଲାଭ ।
୫. ପ୍ରତି ମାସରେ ବ୍ୟାଙ୍କ ଆକାଉଣ୍ଟକୁ ୫୦୦ ରୁ ୧ ହଜାର ଟଙ୍କାର ପେନସନ୍।
୬. ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
୭. ପ୍ରଥମ ଗୃହ ନିର୍ମାଣରେ ସରକାରୀ ଆର୍ଥିକ ସହାୟତା ।
୮. ପିଲାମାନଙ୍କର ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
୯. ସମସ୍ତ ସରକାରୀ ଯୋଜନାରୁ ସିଧାସଳଖ ଲାଭ।
ଇ-ଶ୍ରମ ପୋର୍ଟାଲରେ କିଭଳି ପଞ୍ଜିକରଣ କରାଇବେ?
୧. ଇ-ଶ୍ରମ ପୋର୍ଟାଲରେ ନିଜକୁ ପଞ୍ଜିକରଣ କରିବାକୁ ଅଫିସିଆଲ୍ ୱେବସାଇଟ୍କୁ ଯାଆନ୍ତୁ ।
୨. Www.eshram.gov.in କୁ ଯାଆନ୍ତୁ ଏବଂ ରେଜିଷ୍ଟର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
୩. ପଞ୍ଜୀକରଣ ପାଇଁ ଏକ ଫର୍ମ ରହିବ, ଏଥିରେ କ୍ଲିକ୍ କରନ୍ତୁ।
୪. ଫର୍ମ ପୂରଣ କରିବା ପରେ ପରବର୍ତ୍ତୀ ପ୍ରକ୍ରିୟା ସଂପୂର୍ଣ୍ଣ କରନ୍ତୁ।
୫. ଆଧାର ନମ୍ବର ସହିତ ସଂଯୁକ୍ତ ମୋବାଇଲ୍ ଫୋନ୍ ନମ୍ବର ପ୍ରବେଶ କରନ୍ତୁ ।
୬. ଏହା ପରେ ESIC ସ୍ଥିତି, EPFO ଏବଂ କ୍ୟାପଚା କୋଡ୍ ଦିଅନ୍ତୁ।
୭. ଏହା ପରେ ଫୋନରେ OTP ଆସିବ, ଏହାକୁ ଦିଅନ୍ତୁ।
୮. ପଞ୍ଜୀକରଣ ଫର୍ମରେ ପଚରାଯାଇଥିବା ସମସ୍ତ ତଥ୍ୟ ପୂରଣ କରନ୍ତୁ ।
୯. ପରେ ଡକ୍ୟୁମେଣ୍ଟଗୁଡିକ ୱେବସାଇଟରେ ଅପଲୋଡ୍ କରନ୍ତୁ ଏବଂ ତା’ପରେ ଦାଖଲ ବଟନ୍ ଉପରେ କ୍ଲିକ୍ କରନ୍ତୁ।
It is a long established fact that a reader will be distracted.
Add your business to Quickly India—your all-in-one solution to grow quickly and faster than ever
Add my business arrow_forwardCopyright © 2024 Quicklyindia.